ଥମିବାରେ ନାଁ ନେଉନି ଏସ ସି ବି ମେଡ଼ିକାଲ ରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନ ଙ୍କ ମଧ୍ୟରେ ସୃଷ୍ଟି  ହୋଇଥିବା ବିବାଦ ।

ଥମିବାରେ ନାଁ ନେଉନି ଏସ ସି ବି ମେଡ଼ିକାଲ ରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନ ଙ୍କ ମଧ୍ୟରେ ସୃଷ୍ଟି  ହୋଇଥିବା ବିବାଦ ।

କଟକ: ଥମିବାରେ ନାଁ ନେଉନି ଏସ ସି ବି ମେଡ଼ିକାଲ ରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନ ଙ୍କ ମଧ୍ୟରେ ସୃଷ୍ଟି  ହୋଇଥିବା ବିବାଦ । ଗତକାଲି ଡାକରା ଅନୁଯାୟୀ ଆଜିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ହାଉସ ସର୍ଜନ।ଆନ୍ଦୋଳନ ସମୟରେ ଏମରଜେନ୍ସି ଡ୍ୟୁଟି, ଲେବର ରୁମ,କାଜୁଆଲଟି ଓ NTC ଡ୍ୟୁଟି ଜାରି ରହିଥିଲା ବେଳେ ।ଆଉଟଡୋର,ୱାର୍ଡ, ICU,OT ରେ କାର୍ଯ୍ୟ ବନ୍ଦ ରଖିଛନ୍ତି ହାଉସ ସର୍ଜନ। ଏପରିକି ଆଜି ଜୁନିୟର ଡ଼ାକ୍ଟର ସଂଘ , ରେସିଡେନ୍ସ ଡାକ୍ଟର ସଙ୍ଘ ହାଉସ ସର୍ଜନ ସଂଘ କୁ ସମର୍ଥନ ଦେଇଛନ୍ତି।

ଯାହା ଫଳରେ ରୋଗୀ ସେବା ବାଧାବିପ୍ରାପ୍ତ ହେବା ସ୍ୱଭାବିକ। ଅନ୍ୟପଟେ ନର୍ସିଂ ସଂଘ ଆସନ୍ତା ତିନି ଦିନ ବ୍ୟାପି କଳାବ୍ୟାଚ ଧାରଣ କରିବେ।  ଏହାଛଡ଼ା ରୋଗୀ ସେବା ବାଧାପ୍ରାପ୍ତ ନକରି ଆନ୍ଦୋଳନ ଜାରି ରଖିବେ ନର୍ସିଂ ସଂଘ। କାହିଁକି ନା ଜଣେ ନର୍ସିଂ ଷ୍ଟାଫ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ 10 ଜଣ ହାଉସ ସର୍ଜନ ଦୁର୍ବ୍ୟବହାର କରିବା ଏକ ନିନ୍ଦନୀୟ ଘଟଣା। ତେଣୁ ଉକ୍ତ ସର୍ଜନ ଙ୍କ ବିରୁଦ୍ଧରେ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଆଯାଏ ତେବେ ଆସନ୍ତା 24 ତାରିଖ ରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟବନ୍ଦ କରିବେ ନର୍ସିଂ ଷ୍ଟାଫ ବୋଲି କହିଛନ୍ତି ନର୍ସିଂସଂଘ ସମ୍ପାଦିକା ସରୋଜିନୀ ଜେନା। ଗତ ରବିବାର ସଂଧ୍ୟାରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନ ଙ୍କ ଭିତରେ ହୋଇଥିଲା ବଚସା। ନର୍ସିଂ କର୍ମଚାରୀ ଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ରେ ଶତାଧିକ ନର୍ସ ମାନେ ଅଧିକ୍ଷକଙ୍କ କାର୍ଯ୍ୟଳୟ ଗତକାଲି ଘେରାଉ କରିଥିଲେ ।ସେହିଭଳି ନର୍ସିଂ କର୍ମଚାରୀ ଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜୁନିଅର୍ ଡାକ୍ତର। ତେବେ ଏହି ଦିଗରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ମେଡିକାଲ କତ୍ତୃପକ୍ଷ ।